ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ଅନୁଗୋଳ ଜିଲ୍ଲା ଜରପଡା ସ୍ଥିତ ଏକ ହୋଟେଲରେ ଆଠମଲ୍ଲିକ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡ଼ି ଦଳ ପରିତ୍ୟାଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି ଦଳରେ ଯୋଗଦାନ କରିଥିବା ଜଣାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ବିଜେଡ଼ି ସଭାପତି ବୃନ୍ଦାବନ ସାହୁଙ୍କ ସହିତ ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟଙ୍କ ସହିତ ବହୁ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।