ଝାରସୁଗୁଡା: ବେଲପାହାଡ ଫାଟକ ରେ ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ
ଆଜି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଫାଟକ ରେ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୂତ ହୋଇଛି। ଟ୍ରେନ୍ ଲାଇନ୍ ଚ୍ୟୂତ ହେବା ଯୋଗୁଁ ଫାଟକ ବନ୍ଦ ରହିଛି ଯାହର ପ୍ରଭାବ ଯିବା ଆସିବା ଉପରେ ସିଧାସଳଖ ଭାବେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ରେଳବାଇ କତୃପକ୍ଷ ପକ୍ଷରୁ ଏହାର ସମାଧାନ ନିମନ୍ତେ ପ୍ରୟାସ ଜାରି ରହିଛି ।