ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ଠାରେ ଫୋରମ ଫର ଗ୍ରାମସଭା କମିଟି ଆନୁକୁଲ୍ୟରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରାଯିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।ଲାଞ୍ଜିବେଣ୍ଣା ଠାରେ ବେଆଇନ ଭାବେ ଡାଲମିଆ ଭାରତ ସିମେଣ୍ଟ କାରଖାନା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଏହି ରାସ୍ତା ଅବରୋଧ କରିବାକୁ ସ୍ଥିର ହୋଇଛି।