ଆଳି: ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦେଓମାଳ ପ୍ରିମିୟର ଲିଗରେ କଳିଙ୍ଗ ୱାରିଅର୍ସ ବିଜୟୀ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ
ଆଳି ମିନି ଷ୍ଟାଡିୟମ ଠାରେ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ଦେଓମାଳ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚର ଆଜି ରବିବାର ଥିଲା ଉଦଯାପନୀ ଦିବସ । ଏହି ଉଦଯାପନୀ ମ୍ୟାଚରେ କଳିଙ୍ଗ ୱାରିଅର୍ସ , ୫୦୦୦ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରି ବିଜୟ ହାସଲ କରିଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଉପସ୍ଥିତି ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ବିଜେତା ଦଳକୁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ।