କୋଟପାଡ: ବୈପାରୀଗୁଡା ଠାରେ ପରବ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ
Kotpad, Koraput | Nov 24, 2025 ବୈପାରୀଗୁଡା ଠାରେ ପରବ ପାଇଁ ପ୍ରତିଯୋଗିତା ଆରମ୍ଭ l ଆଜି ପୂର୍ବାହ୍ନ ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିଥିଲା l ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଲୋକ ମହୋତ୍ସବ ବ୍ଲକସ୍ତରୀୟ ପରବ ୨୦୨୫ ନିମନ୍ତେ ବୈପାରିଗୁଡା ଠାରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିବେଦିତା ଦଣ୍ଡସେନା ଉପସ୍ଥିତ ଥିଲେ।