ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଅଭିନବ ଉପାୟରେ ଅନଶନ ହୋଇଥିବା ଶୁକ୍ରବାର ଦିନ ୧୧ଟା ସମୟରେ ଜଣାପଡିଛି। ସୁଚନା ଅନୁସାରେ ଦିନକୁ ଦିନ ବନ୍ୟ ଜନ୍ତୁ ମାନଙ୍କ ହ୍ରାସ ପାଉଥିବା ନେଇ ସୁରକ୍ଷା ପାଇଁ ପାଲଲହଡ଼ାର ଯୁବନେତା ଦିଲ୍ଲୀପ ପ୍ରଧାନ ପାଲଲହଡ଼ା ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଭାଲୁ ରୂପ ଧାରଣ କରି ଅନଶନରେ ବସିଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁ ମାନଙ୍କ ଉଚିତ ସୁରକ୍ଷା ପାଇଁ ବ୍ୟବସ୍ଥା କରାନଯାଇଛି ସେ ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି କହିଛନ୍ତି ଦିଲ୍ଲୀପ।