ଆଳି: ଅରଗଳ ଗ୍ରାମପଞ୍ଚାୟତଠାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳ ୧୦ଟା ସମୟରେ ଅରଗଳ ଗ୍ରାମ ପଞ୍ଚାୟତସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବିଜୁ ପଟ୍ଟନାୟକଙ୍କୁ ମନେ ପକାଇ ଏକ ସ୍ମୃତିଚାରଣ ସଭାର ମଧ୍ୟ ଆୟୋଜନ କରାଯାଇଥିବା । ଏଥିରେ ପଞ୍ଚାୟତର ସରପଞ୍ଚ ପ୍ରତିନିଧିଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ।