ଆଜି ପୂର୍ବାହ୍ନ ୧୧ ଟାରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଚାଷୀ ସଚେତନତା ରଥର ଶୁଭାରମ୍ଭ ହୋଇଛି।ବାଲେଶ୍ଵର,ଜଳେଶ୍ଵର ଏବଂ ନୀଳଗିରି ନିୟନ୍ତ୍ରିତ ବଜାର କମିଟି ର ତିନୋଟି ସଚେତନତା ରଥ କୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ଵର ଉପଜିଲ୍ଲାପାଳ ଶିବ ମାଲବ୍ୟ,ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।ଏହି ରଥ ଧାନ କିଣା ପାଇଁ ଚାଷୀ ଙ୍କୁ ସଚେତନତା କରାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।