ଭେଡେନ: ବାଘପାଲି ରାସ୍ତାରେ ବାଇକ ଓ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ଗୁରୁତର
ମଙ୍ଗଳବାର ବରଗଡ଼ ଜିଲ୍ଲାର ଭେଡେନ ଥାନା ଅଧିନ ବାଘପାଲି ରାସ୍ତାରେ ବୋଲେରୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଉକ୍ତ ଦୁର୍ଘଟଣାରେ ବାଇକ ଆରୋହୀ ଉମେଶ କ୍ଷେତୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଭେଡେନ ପଟୁ ଗୋଟିଏ ବୋଲେରୋ ବାଘପାଲିକୁ ଆସୁଥିବା ସମୟରେ ବିପରୀତ ଦିଗରେ ଯାଉଥିବା ବାଇକ ସହ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିବା ଜଣାପଡ଼ିଛି ।