ତାଳଚେର ସଦର: ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶୁକ୍ରବାର ସକାଳ ୯.୫୦ ମିନିଟ ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପରିସରରେ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସଂସ୍କୃତି ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ସହ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।