ପୋଲସରା: ବୁଗୁଡା ଅଞ୍ଚଳରେ ମହାସମାରୋହରେ ଗୁଣ୍ଡିଚା ରଥଯାତ୍ରା ଉତ୍ସବ ପାଳିତ।
ବୁଗୁଡ଼ା ଅଞ୍ଚଳରେ ମହାସମାରୋହରେ ଗୁଣ୍ଡିଚା ରଥଯାତ୍ରା ଉତ୍ସବ ପାଳିତ।ଚଳିତ ବର୍ଷ ବୁଗୁଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନରେ ପୁରୋହିତ ରାମାନୁଜ ମହାପାତ୍ରଙ୍କ ଦ୍ବାରା ରଥ ପ୍ରତିଷ୍ଠା କାର୍ଯ୍ୟ ସଂପାଦନ ହୋଇଥିଲା । ଏହା ପରେ ମନ୍ଦିର ପୂଜକମାନେ ବାଦ୍ୟବାଜଣା ସହ ମହନ୍ତ ଭକ୍ତରାମ ଦାସଙ୍କୁ ଆମନ୍ତ୍ରଣ ପୂର୍ବକ ବରଣ କରିଥିଲେ। ତାହା ପରେ ବଳଦେବ, ସୁଭଦ୍ରା, ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ ମାଧ୍ୟମରେ ସେମାନଙ୍କୁ ରଥାରୁଢ କରାଯାଇଥିଲା ।ଚାରିଟା ସମୟରେ ରଥ ଟଣା କାର୍ଯ୍ୟ ସମ୍ପନ୍ନ