ବଲାଙ୍ଗୀର: ସହରର ବିଭିନ୍ନ ସ୍ଥାନରେ ଚଢାଉ, ଅପମିଶ୍ରିତ ଖାଦ୍ୟ ଜବତ କଲା ଖାଦ୍ୟ ସୁରକ୍ଷା ବିଭାଗ
ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଅପମିଶ୍ରିତ ଖାଦ୍ୟ ଜବତ କରିଛି ଖାଦ୍ୟ ସୁରକ୍ଷା ବିଭାଗ । ବଲାଙ୍ଗିର ପୌର ପରିଷଦ ଓ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଉଦ୍ୟମ କ୍ରମେ ଆଜି ସକାଳ ୧୦ ଟା ସମୟରେ ବଲାଙ୍ଗିର ସହରର ବିଭିନ୍ନ ହୋଟେଲ ମାନଙ୍କରେ ଚଢ଼ାଉ କରାଯାଇଥିଲା । ଅସ୍ଵାସ୍ଥ୍ୟକର ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଜବତ କରି ସଂପୃକ୍ତ ଅନୁଷ୍ଠାନ ଠାରୁ ଆର୍ଥିକ ଜରିମାନା ଆଦାୟ କରାଯାଇଥିଲା । ସେହିଭଳି କିଛି ସ୍ଥାନରୁ ପାନୀୟ ଜଳ ନେଇ ତାକୁ ପରୀକ୍ଷା ପାଇଁ ପରୀକ୍ଷାଗାର କୁ ପଠାଯାଇଥିବା ଜଣାପଡିଛି ।