ପାରାଦୀପ: ପାରାଦ୍ଵୀପ ଜିରୋ ପଏଣ୍ଟରେ ଅଚାନକ ୩୩ କେଭି ବିଦ୍ୟୁତ ଖୁଣ୍ଟ ମୂଳରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀ
ଆଜି ପାରାଦ୍ଵୀପ ଜିରୋ ପଏଣ୍ଟ ନିକଟରେ ଅଚାନକ ୩୩ କେଭି ବିଦ୍ୟୁତ ଖୁଣ୍ଟ ମୂଳରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ ଲାଗିବା ଦେଖି ସ୍ଥାନୀୟ ବ୍ୟବସାୟୀ ଓ ଲୋକେ ଭୟଭୀତ ହୋଇପଡିଥିଲେ। କିପରି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ଥିବାବେଳେ କୁଜଙ୍ଗ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।