ଶନିବାର ଦିନ ହେଉଛି 63 ତମ ଗୃହରକ୍ଷୀ ଦିବସ । ଏହି ଦିବସରେ ବିଭିନ୍ନ କାର୍ଯ୍ୟ ଦକ୍ଷତା ପାଇଁ କୋଦଳା ଥାନାର ତିନି ଜଣ ଓ ବେଗୁନିଆପଡା ଥାନାର ଦୁଇ ଜଣ ଗୃହରକ୍ଷୀଙ୍କୁ ଛତ୍ରପୁର ଠାରେ ପୁରସ୍କୃତ କରିଛନ୍ତି ଗଞ୍ଜାମ ଏସ ପି ଶୁଭେନ୍ଦୁ କୁମାର ପାତ୍ର । ସେମାନେ ହେଲେ କୋଦଳା ଥାନାର ଅରୁଣ ବେହେରା, ଯଜ୍ଞ ନାରାୟଣ ମିଶ୍ର ଓ ଭୂପେନ୍ଦ୍ର ମିଶ୍ର ବେଗୁନିଆପଡା ଥାନାର ଗୋପବନ୍ଧୁ ପଟ୍ଟନାୟକ ଓ ମୁନା ନାୟକ । ରାତ୍ର ଡିୟୁଟି, ଚୋରା ମଦ ଧରିବା ଓ ୱାରେଣ୍ଟ ଧରିବାରେ ଉଚ୍ଚ ଅଧିକାରୀଙ୍କୁ ଠିକ ଭାବେ ସହଯୋଗ କରିଥିବା ଯୋଗୁଁ ପୁରସ୍କୃତ କରାଯାଇଥିବା ଜଣା ପଡିଛି ।