ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ ହୁଡ଼ିସାହି ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗୁହାଳରୁ ଗୋରୁ ଘୋଷାଡ଼ି ନେଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଗାଁର ପ୍ରାୟ ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ିଥିବା ସ୍ପଷ୍ଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଙ୍ଗଳବାର ଦିନ ପ୍ରାୟ ୪ଟାରେ କୋକୁଆ ଭୟ ଖେଳାଯାଇଥିବା ନେଇ ଜଣାପଡିଛି।