ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ଯାଳୟରେ ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ
ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଶନିବାର ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ଗଡ଼ନାୟକ ଯୋଗଦେଇ ବୁଥ, ଭୋଟର ସମ୍ପର୍କିତ ଆଲୋଚନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ଜିପିଓ ମୀନକେତନ ବାରିକ, ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ରହି ବିଏଲଓ, ସେକ୍ଟର ଅଫିସର ମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲେ।