ଗତ କିଛିଦିନ ତଳେ ବଲାଙ୍ଗିର ସହର ସ୍ଥିତ ମଙ୍ଗଳ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହେବା ଘଟଣାରେ ପୁଲିସ ମାଟି ତଳୁ ମୃତଦେହ ଖୋଲି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଜାରି ରଖିଛି । ଅପରପକ୍ଷେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏ ସମ୍ପର୍କରେ ତଦନ୍ତ କରୁଛି ବୋଲି ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।