ଜଟଣୀ: ଅରଗୁଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନାଗ ସାପ ଉଦ୍ଧାର
Jatani, Khordha | May 16, 2025 ଗତକାଲି ବିଳମ୍ବିତ ରାତ୍ରିରେ ଜଟଣୀ ଅରଗୁଳ ଗ୍ରାମର ବଟକୃଷ୍ଣ ମହାରଣାଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଏକ ନାଗ ସାପ ଦେଖିବାକୁ ମିଳିଥିଲା | ଏହି ଖବର ପାଇ ଜଟଣୀ କୁଦିଆରୀ ଅଞ୍ଚଳର ଜଣାଶୁଣା ସାପ ଧରାଳୀ ବିଦେଶୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ନାଗ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ |