ସଦର ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା 2025-26 ଗୁରୁବାର ଦିନ ସକାଳ ୧୦ ଟାରେ ଉଦଘାଟିତ ହୋଇ ଯାଇଛି।ଡିଏସୋ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ସାଙ୍ଗକୁ କ୍ରୀଡ଼ାରେ ମନ ନିବେଶ କଲେ ଶିଶୁ ଓ ତରୁଣ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଶାରିରୀକ ,ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ ମୁଖ୍ୟ ଅତିଥି।