ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାପାଳ ସରମୁହାଣ ସେବା ସମବାୟ ସମିତି ପରିଦର୍ଶନ କରିଥିଲେ
ଆଜି ମଧ୍ୟାହ୍ନ ୧୨ ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳ ସରମୁହାଣ ସେବା ସମବାୟ ସମିତି ପରିଦର୍ଶନ କରିଥିଲେ । ସେଠାରେ ଚଳିତ ବର୍ଷ ଚାଲୁଥିବା ରବି ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଚାଷୀଙ୍କ ଠାରୁ କେମିତି ଧାନ ସଂଗ୍ରହ କରାଯାଉଛି । ଧାନ ରଖିବା ପାଇଁ କଣ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ । ସେହିଭଳି ମଣ୍ଡିରେ ସିସିଟିଭି ବ୍ୟବସ୍ଥା, ଧାନ ଓଜନ ମେସିନ, ଆଦ୍ରତା ମେସିନ ଆଦି ପରକ୍ଷିଥିଲେ।