କ୍ଷେତରାଜପୁର ଥାନା ଅନ୍ତର୍ଗତ ସମଲେଇ ଘାଟ ପାଖରେ ସଡ଼କ ଦୁର୍ଘଟଣା 3 ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 5 ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ ରେ ଆସୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ସ୍କୁଟି ଚାଳକ ସହ ଧକ୍କା ହୋଇଥିଲେ l 3 ଜଣ ରାସ୍ତାରେ ଛିଟିକି ପଡ଼ି ଆହତ ହୋଇଥିଲେ l କ୍ଷେତରାଜପୁର ପୋଲିସ ଭ୍ୟାନ୍ ଘଟଣାସ୍ଥଳ କୁ ପହଞ୍ଚି 3 ଜଣଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରାଇଛି l ସେପଟେ ଦୁର୍ଘଟଣା ଗସ୍ତ ଗାଡିକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି l