ବ୍ରାହ୍ମଣିପାଲି ଗ୍ରାମରେ ଅଭାବନୀୟ ଘଟଣା , ଏକ ମାତ୍ର ପୁଅ ର ମୃତ୍ୟୁ ଖବର ଶୁଣି ବାପାଙ୍କ ଉଡ଼ିଗଲା ପ୍ରାଣବାୟୁ... ମୃତ୍ୟୁ ଏମିତି ବି ଆସେ। ଗୋଟିଏ ଦିନ ରେ ଚାଲିଗଲା ବାପ ପୁଅ ଙ୍କ ଜୀବନ। ପୁଅ ର ମୃତ୍ୟୁ ଖବର ଶୁଣି ଟଳି ପଡିଲେ ବାପା। ଦାଦନ ପୁଅ ର ଶବ ତାମିଲନାଡୁ ରେ ପଡିରହିଥିବା ବେଳେ ଘରେ ପଡିଛି ବାପା ଙ୍କ ଶବ। ଏପରି ଦୁଃଖ ଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ବ୍ରାହ୍ମଣିପାଲି ଗ୍ରାମ ରେ। ସୂଚନା ମୁତାବକ ମୋଚିବାହାଲ ପଞ୍ଚାୟତ ବ୍ରାହ୍ମଣି ପାଲି ଗାଁ ର ଭୁଜ ମିର୍ଦ୍ଧା ଙ୍କ ଏକ ମାତ୍ର ପୁଅ ଶରତ ମିର୍ଧା (୨୩) ତାମିଲନାଡୁ ର କୋଇମ୍ବାଟୁର ରେ ଏକ କାଷ