ପୁରୀ ମ୍ୟୁନିସିପାଲଟି: ଦତ୍ତତୋଟା ପ୍ରଭାତ ଲେନରେ ନିଜକୁ ନିଜେ ରକ୍ତାକ୍ତ ହେଲେ ଯୁବକ, ମେଡିକାଲ ପରେ କୁମ୍ଭାରପଡା ଥାନାରେ ଜିମା ଦେଲା ପିସିଆର
Puri M, Puri | Jun 5, 2025 ଦତ୍ତତୋଟା ପ୍ରଭାତ ଲେନରେ ନିଜକୁ ନିଜେ ରକ୍ତାକ୍ତ ହେଲେ ଯୁବକ, ମେଡିକାଲ ପରେ କୁମ୍ଭାରପଡା ଥାନାରେ ଜିମା ଦେଲା ପିସିଆର l ଯୁବକ ଜଣକ ସଦରଥାନା ଅନ୍ତର୍ଗତ ଗୋପୀନାଥପୁର ପ୍ରଧାନ ସାହିର ବିଶ୍ୱଜିତ ମଲ୍ଲିକ 28 l ଘଟଣାରୁ ଯାହା ଜଣାପଡିଛି ଯେ ବିଶ୍ୱଜିତ ଗତ 5ବର୍ଷ ପୂର୍ବ ପ୍ରଭାତଲେନର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ l ତାଙ୍କର 3ବର୍ଷର ସନ୍ତାନ ଅଛି l ବିଶ୍ୱଜିତର ସ୍ତ୍ରୀ ଗତ ଦେଢ଼ମାସ ହେବ ବାପଘରେ ରହୁଛନ୍ତି l ବିଶ୍ୱଜିତ ସ୍ତ୍ରୀକୁ ନେବା ପାଇଁ ଆସିଥିଲେ l ସ୍ତ୍ରୀ ଯିବାପାଇଁ ମନାକରିବାରୁ ବିଶ୍ୱଜିତ ବୁଲେଟ ଚାବିରେ ନିଜ ମୁଣ୍ଡକୁ ଆଘାତ କରି ରକ୍ତାକ୍ତ ହୋଇଥିଲା l