ଗୁରୁବାର ମଧ୍ୟାନ୍ହ ୧୨.୩୦ସମୟରେ, ବୌଦ୍ଧ ସହର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ l ବରିଷ୍ଠ ଠିକାଦାର ଶ୍ରୀଯୁକ୍ତ କମଳ ଲୋଚନ ସାମଲଙ୍କ ନ୍ଵତୃତ୍ୱରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ବୌଦ୍ଧର ପାଖପାଖି ୫୦ଜଣ ଠିକାଦାର ଯୋଗ ଦେଇଥିଲେ l ଏହି ବୈଠକରେ ଏକଲକ୍ଷ୍ୟ ପଯ୍ୟନ୍ତ ଅଟକଳର କାର୍ଯ୍ୟକୁ ବାହାର ଜିଲ୍ଲାର ଠିକାଦାରଙ୍କୁ କାମ କରାଇ ଦିଆଯିବ ନାହିଁ ଓ ଏହାକୁ ସଙ୍ଘ ତରଫରୁ ବିରୋଧ କରାଯିବା ନେଇ ନିଷ୍ପତି ନିଅ ଯାଇଥିଲା l ସୂଚନା ଅନୁସାରେ ଆଗାମୀ ୨୧ତାରିଖରେ ପୂରୁଣାକଟକ ଠାରେ ୧୫୦ରୁ ଅଧୀକ ଠିକାଦାର ଯୋଗ ଦେଇ କର୍ମକର୍ତ୍ତା ନିର୍ବାଚନ କରାଯିବ l