ଆଜି ମହାନଦୀ ସାହିତ୍ୟ ସଂସଦ ଭବନ ଠାରେ ବାର୍ଷିକ ବୈଠକ ସଭାପତି ଡ ସୌରଭ ରଞ୍ଜନ ଖମାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ଆସନ୍ତା 23/12/2025ରେ ସଂସଦ ର ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି |ଏହି ଅବସରରେ ନାଟ୍ୟ ସମ୍ମାନ କଳା ଓ ସଂଗୀତ ସମ୍ମାନ ଇତ୍ୟାଦି ବିଭିନ୍ନ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ |ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ,ସହ ସମ୍ପାଦକ ଶ୍ରୀମତୀ ରଂଜିତା ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବନମାଳୀ ପଣ୍ଡା ସହ ସମ୍ପାଦକ ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ଙ୍କ ସହ ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ |