ବିଶୋଇ: ନୂଆଗାଁ ସ୍ଥିତ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କରି ପ୍ରତିକ୍ରିୟା ଦେଲେ ସାଂସଦ
ମଣଦା ବନାଞ୍ଚଳ ପକ୍ଷରୁ ବିଶୋଇ ବ୍ଲକ ନୂଆଗାଁ ସ୍ଥିତ ବାମନଘାଟି ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଏବଂ ସାରସକଣା ବିଧାୟକ ଭାଦବ୍ ହାଁସଦା ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିଥିଲେ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏସିଏଫ ତଥା ମଣଦା ବନାଞ୍ଚଳର ଭାରପ୍ରାପ୍ତ ଅଧିକାରିଣୀ ଧରିତ୍ରୀ ମୁର୍ମୁଙ୍କ ସଭାପତିତ୍ବରେ ବନମହୋତ୍ସବର ଏକ ସଚେତନତା ସଭା ହୋଇଥିଲା। ବୃକ୍ଷ ରୋପଣ ସମ୍ବନ୍ଧରେ ସାଂସଦ ନିଜର ପ୍ରତିକ୍ରିୟା ରଖିଥିଲେ।