ବାମରା ବ୍ଲକ ଗଡ଼ପୋଷ ପୋଲିସ ଫାଣ୍ଡି ଅଞ୍ଚକ୍ର ଜଣେ ଯୁବତୀଙ୍କ ଗତ ପ୍ରାୟ ୨ ବର୍ଷ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅଞ୍ଚଳରେ ବିବାହ ହୋଇଥିଲା। ମାତ୍ର ପର ଠାରୁ ତାଙ୍କ ଶଶୁର ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ, ତାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ କରିବା କୁ ବାଧ୍ୟ କରୁଥିବା ବେଳେ ଏନେଇ ସେ ବୁଧବାର ସନ୍ଧ୍ୟାରେ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ସ୍ଵାମୀ, ଶାଶୁ ଓ ଦିଅର ତାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ମଧ୍ୟ ସେ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୋଲିସ ଉଭୟ ପକ୍ଷ୍ୟଙ୍କୁ ଥାନାକୁ ଡ଼ାକି ପଚରା ଉଚାରା କରିଥିଲେ।