ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଚିବେଣ୍ଣା ଅଞ୍ଚଳର ଛାତ୍ରୀ ଆତ୍ମହୁତି ଘଟଣା ରେ ଜୀବନ ଯୁଦ୍ଧରେ ହାରିଗଲେ ଛାତ୍ରୀ ଶେଷରେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ପ୍ରକାଶ ଯୋଗ୍ୟ ଯେ ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତରଖାନା କୁ ଯାଇ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।