ଆଜି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସପି । ପ୍ରଥମେ ସକାଳ ୭.୩୦ ରେ ମା ସୁରେଶ୍ୱରୀ ମନ୍ଦିର ରେ ପୂଜା ଅର୍ଚ୍ଚନା ପରେ ଜିଲ୍ଲା କ୍ରୀଡ଼ା ସଂଘ ଓ ଖେଳାଳୀ ଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପରେ ଗାନ୍ଧୀ ଷ୍ଟାଡିୟମ୍ ରେ ୧୦.୩୦ ରେ ପହଞ୍ଚିବା ପରେ କ୍ରୀଡା ସଂଘ ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଏସପି ଶ୍ରୀ ନାରାୟଣ ନାଏକ ମା ସୁରେଶ୍ଵରୀ ଙ୍କ ଠାରେ ପୁଜା ଅର୍ଚ୍ଚନା କରି କ୍ରୀଡା ସଂଘ ର ପତାକା ଉତ୍ତୋଳନ କରା ଯାଇଥିଲା