ବିଶୋଇ: ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଯୋଗ ଦେଲେ ନୂତନ ପ୍ରଧାନ ଶିକ୍ଷକ
ଜିଲ୍ଲାପାଳ ଦାତାତ୍ତ୍ରୟ ଭାଉସାହେବ ସିନ୍ଦେ ଗତ ସୋମବାର ଦିନ ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ରେ ଆସିଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସମେତ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଉକ୍ତ ବିଦ୍ୟାଳୟରେ ପଢୁଥିବା ୧୫ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ବିଦ୍ୟାଳୟ ପାଇଁ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଆବଶ୍ୟକ ର ଦାବି ନେଇ ଉପସ୍ଥାପନା କରିଥିଲେ ଜିଲ୍ଲାପାଳଙ୍କ ପାଖରେ। ଜିଲ୍ଲାପାଳ ତତକ୍ଷଣାତ୍ ପଦକ୍ଷେପ ନେଇ ପ୍ରଧାନ ଶିକ୍ଷକ ଭାବେ ରବିନ୍ଦ୍ରନାଥ ସେଠୀଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଥଲେ।