ଧର୍ମଗଡ: ସ୍କୁଟି କୁ ଧକ୍କା ଦେଲା ସଫାରୀ, ଜଣେ ମୃତ ଜଣେ ଗୁରୁତର
ସ୍କୁଟି କୁ ଧକ୍କା ଦେଲା ସଫାରୀ ଗାଡି l ଦୁର୍ଘଟଣା ରେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଛି l ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟଗାଁ ର ଲିଙ୍ଗରାଜ ଦୁର୍ଗା ଏବଂ ଗୁରୁତର ଯୁବକ ଜଣକ ହେଲେ ଲଳିତ ତାଣ୍ଡି l