ବଲାଙ୍ଗିର ସମ୍ବଲ ପୁର ରୋଡ ଜାତୀୟ ରାଜପଥ ୨୬ ର ଛୁଇ ବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତି ରେ, ଖପ୍ରାଖୋଲ ରୁ ବାହାରି ନିଜ ଗାଁ ବୁଦେଲ ବାହାଲି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଜୋର ଧକ୍କା ମାରିଥିଲା। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ସୁଶିଲ ବହେଲାଙ୍କର ମୃତ୍ୟୁ ଘଟିଥିଲା। ସୁଶିଲ ଜଣେ ଏସ୍.ଓ.ଜି ଯବାନ—ଖପ୍ରାଖୋଲ ଥାନାରେ କାର୍ଯ୍ୟରତ ଥିଲେ। ଘରକୁ ଫେରୁଥିବା ସମୟରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ତାଙ୍କର ଜୀବନ ଚାଲି ଯାଇଚି