ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକ ଆଜି ସଂନ୍ଧ୍ୟା 6ଟାରେ ଖାଲସାହି ହରିଶ୍ଚନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅନୁପସ୍ଥିତି ନେଇ ସଂପାଦକଙ୍କ ପ୍ରସ୍ତାବ କ୍ରମେ ଏଥିରେ ଜିଲ୍ଲା ଶାଖା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ ସଭାପତିତ୍ୱ କରିଥିଲେ । ବୈଠକରେ ସାତୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଜୟପୁରରେ ଆସନ୍ତା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନକୁ କିଭଳି ଶୃଙ୍ଖଳିତ ଏବଂ ସୁସଂଗଠିତ ଢ଼ଙ୍ଗରେ କରାଯିବ ସେନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା ।