ବଲାଙ୍ଗିର ଜିଲ୍ଲା ଆୟୁର୍ବେଦିକ କଲେଜ୍ କୁ ୫୦ ବର୍ଷ ପୁରିଛି । ୧୯୭୫ ମସିହାରେ ବଲାଙ୍ଗିର ର ଜନସାଧାରଣ ଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ଏହି ମହାବିଦ୍ୟାଳୟ ଚିକିତ୍ସା ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ସାରା ପଶ୍ଚିମ ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସା କୁ ଆଗେଇ ନେଇ ପାରିଛି । ଏହି କଲେଜ୍ କୁ ଆଜି ୫୦ ବର୍ଷ ପୁରିଥିବା ବେଳେ ଆୟୁର୍ବେଦିକ କଲେଜ ଓ ପୂରାତନ ଛାତ୍ର ସଂଘ ତରଫରୁ ଆଜି ପୂର୍ବାହ୍ନ ୧୦ ଟା ୩୦ ମିନିଟ ସମୟରେ ମିଳିତ ଭାବରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ