କୋଷାଗୁମଡା ବ୍ଳକ କେ.ସେମଳା ଗାଁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ରୋଷେଇ କରୁଥିବା ବେଳେ ପ୍ରେସର କୁକୁର ଫାଟିଯାଇ ଜଣେ ଆହତ ଛାତ୍ର ଙ୍କୁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ଛାତ୍ରର ଚିକିତ୍ସା କରିବାକୁ ହସ୍ତାନ୍ତର କରିଛନ୍ତି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସେ ଅଭିଯୋଗ କରିଛନ୍ତି ଯେ, ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷଙ୍କ ଛାତ୍ରଙ୍କ ପ୍ରତି ଅମାନୁଷିକ ଯନ୍ତ୍ରଣା ଦେଇଥିବା ନେଇ ପ୍ରଦୀପ ଦୃଢ ନିନ୍ଦା କରିଛନ୍ତି। ପ୍ରେସର କୁକର ଫାଟି ଛାତ୍ରଙ୍କ ଆହତ ଘଟଣା ବାହାରେ ପ୍ରଘଟ ହେବା ଭୟରେ ଛାତ୍ରଙ୍କୁ ଚିକିତ୍ସା ନ କରି ହଷ୍ଟେଲରେ ଜଣେ ବନ୍ଦୀ ଭାବେ ରଖାଯାଇଛି।