ବଲାଙ୍ଗୀର: ନୁଆପଡା ଗାଁରେ କୃଷକଙ୍କ ଧାନଖରିକୁ ଦୁବୃର୍ତ୍ତ ମାନଙ୍କ ଅଗ୍ନିସଂଯୋଗ
ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକ ଅଧୀନସ୍ଥ ନୁଆପଡା ଗାଁରେ ଆଜି ସକାଳୁ ଏକ ଧାନଖରିରେ ନିଆଁ ଲାଗିଥିବା ଘଟଣା ସାମ୍ନା କୁ ଆସିଛି । ଗାଁର କୃଷକ ବୈରାଗି ଭୋଇଙ୍କ ଧାନଖରିକୁ କିଛି ଅଜଣା ଦୁବୃର୍ତ୍ତମାନେ ରାତିରେ ଅଗ୍ନିସଂଯୋଗ କରି ଜାଳି ଦେଇଥିବା ଅଭିଯୋଗ ମିଳିଛି। ଅଗ୍ନିର ତିବ୍ରତାରେ ସଞ୍ଚିତ ଧାନ ପୂରା ଭସ୍ମୀଭୂତ ହୋଇଥିବାରୁ କୃଷକ ପରିବାର ଭାରୀ ଆର୍ଥିକ କ୍ଷତିରେ ପଡ଼ିଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଁଚି ପରିସ୍ଥିତି ଅବଲୋକନ କରୁଛନ୍ତି। ସୂଚନା ପାଇ ଗୁଡଭେଲା ପୁଲିସ୍ ଘଟଣାସ୍ଥଳକୁ ଆଜି ସକାଳ ୭ଟା ସମୟରେ ଯାଇ ତଦନ୍ତ ଆରମ୍ଭ କରିଛି।