ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ଅଭିଯୁକ୍ତ ଡାକ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ମାନେ ଫେରାର ରହିଥିବା ଜଣାପଡିଛି। ପ୍ରକାଶ ଥାଉ କି ଏନ ଏ ସି ରେ ଟେଣ୍ଡର ଫିକ୍ସଇଂ ହେଉଥିବା ସୂଚନା ପାଇ ବୁଝିବା ପାଇଁ ସାମ୍ବାଦିକ ଭଗବାନ ପାଢ଼ୀ ଏନ ଏ ସି କାର୍ଯ୍ୟାଳୟ କୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିବା ନେଇ କୋଦଳା ଥାନାରେ ଅଭିଯୋଗ କରିଥିଲେ ଶ୍ରୀପାଢ଼ୀ । ଶନିବାର ସନ୍ଧ୍ୟା 6 ଘଣ୍ଟ ସମୟରେ ସୂଚନା ଦେଇଛି ପୋଲିସ।