ବେଗୁନିଆପଡ଼ା ଥାନା ପୋଲିସର ବଡ଼ ସଫଳତା। ଦୀର୍ଘ ଦିନରୁ ଚାଲିଥିବା ଏକ ଅନ୍ ଲାଇନ୍ ଜୁଆ ଓ ମନି ଲଣ୍ଡରିଂ ରାକେଟର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇଛି ବେଗୁନିଆପଡ଼ା ପୋଲିସ। ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ସୂଚନା ଅନୁଯାୟୀ ଦୀର୍ଘ ୩ ରୁ ୪ ବର୍ଷ ଧରି ବିଭିନ୍ନ ବ୍ଯାଙ୍କରେ ଆକାଉଣ୍ଟ୍ ତିଆରି କରି ସେଥିରେ ବେଆଇନ ମନି ଲଣ୍ଡରିଂ କାରବାର ହେଉଥିଲା ।ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାକୁଂଡା ଗ୍ରାମର ମୁଖ୍ଯ ଅଭିଯୁକ୍ତ ସୁଶାନ୍ତ ସାହୁ ଯିଏକି ବର୍ତ୍ତମାନ ବ୍ରହ୍ମପୁର ଅଞ୍ଚଳରେ ରହି ଏହି ରକେଟ ଚଳାଇଥିଲା ।