ଆଠମଲ୍ଲିକ: ଠାକୁରଗଡ଼ ରେ ବିଜେପିର ପରିବର୍ତ୍ତନ ସମାବେଶ ଏବଂ ରୋଡ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମୋବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ଆମ୍ବତୋଟା ଠାରେ ବିଜେପିର ପରିବର୍ତ୍ତନ ସମାବେଶ ସହ ବିରାଟ ରୋଡ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପାର୍ଥି ସଞ୍ଜୀବ ସାହୁ ଯୋଗଦେଇ ଆଠମଲ୍ଲିକ ରୁ ଠିକାଦାର ମାନଙ୍କ ଉତ୍ପାତ କୁ ହଟେଇବାକୁ ପଡ଼ିବ ବୋଲି କହିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଜନସାଧାରଣ ଉପସ୍ଥିତ ଥିଲେ ।