ଢେଙ୍କାନାଳ ୫୫ନମ୍ବର ଜାତୀୟ ରାଜପଥ କୋରିଆଁ ଜୁଆଙ୍ଗ ସାହି ନିକଟରେ ଗୁରୁବାର ଭୋର ସମୟରେ ଏକ ପିକନିକ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସରେ ଥିବା ୪୦ରୁ ଉର୍ଦ୍ଦ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଉଦ୍ଧାର ହୋଇ ଅନ୍ୟ ଏକ ବସରେ ଫେରିଛନ୍ତି । ସୂଚନା ମୁତାବକ ଚୌଦ୍ୱାରା ଅଞ୍ଚଳର ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କୁ ସେଣ୍ଟର ପକ୍ଷରୁ ବଲାଙ୍ଗିର ଜିଲ୍ଲା ହରିଶଙ୍କର ନୃସିଂହନାଥ ଦର୍ଶନ କରିବା ପାଇଁ ୯ ତାରିଖ ରାତିରେ ବାହାରି ଦର୍ଶନ ସାରି ପିକନିକ କରି ଗତ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଆଜି ଭୋର ସମୟରେ ଗାଡି ଚାଳକଙ୍କ ଆଖି ଲାଗିଯିବାରୁ କୋରିଆଁ ଜୁଆଙ୍ଗ ସାହି ନିକଟରେ ଜାତୀୟ ରାଜପଥ ରାସ୍