ବଲାଙ୍ଗୀର: ଜରାସିଂହାର ପିଏମଶ୍ରୀ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟରେ ୭୫ ବର୍ଷ ପ୍ଲାଟିନମ ଜୁବୁଲିରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ବିଧାୟକ
ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମ ସ୍ଥିତ ପିଏମଶ୍ରୀ ନେତ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୫ ବର୍ଷ ପ୍ଲାଟିନମ ଜୁବୁଲି ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ବିଦ୍ୟାଳୟର ଦୀର୍ଘ ଐତିହ୍ୟକୁ ସ୍ମରଣ କରିଥିଲେ। ଶିକ୍ଷା ହେଉଛି ସମାଜ ଗଠନର ମୂଳ ଭିତ୍ତି ବୋଲି କହି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଆହ୍ୱାନ ଜଣାଇଥିଲେ।