ଗତ ୧୪ ତାରିଖରୁ ୯ ଦିନ ଧରି ବାମରା ଠାରେ ପ୍ରସିଦ୍ଧ ମକର ମହୋତ୍ସବ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମକର ଯାତ୍ରା ରେ ମୀନା ବଜାର ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଦୋକାନ ବଜାର ଆସିଥିଲା। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ଅର୍କେଷ୍ଟ୍ରା ଓ ମେଲୋଡି ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। ଏହି କ୍ରମ ରେ ଆୟୋଜିତ ହୋଇଥିବା ସିଙ୍ଗର ଉମାକାନ୍ତ ବାରିକଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଜନ ସମୁଦ୍ର ଦେଖିବା କୁ ମିଳିଥିଲା। ସେହିପରି ସିଙ୍ଗର ଅର୍ଚ୍ଚନା ପାଢ଼ୀ ଓ ଚୁମକି ପାଢ଼ୀ ଙ୍କ ମେଲୋଡ଼ି ସୋ ସମେତ ଖୋର୍ଦ୍ଧା ରୁ ଆସିଥିବା ପାଇକ ଆଖଡ଼ା ଆସିଥିଲା।