ମୋରଡା: ଆଣୁଆଁ ଓ ରାସଗୋବିନ୍ଦପୁର ଅଞ୍ଚଳରେ ବଜ୍ରାଘାତ; ଜଣେ ମୃତ, ୫ ଗୁରୁତର ଆହତ
ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ମୋରଡା ତହସିଲ ଅଧିନ ଆଣୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଆଣୁଆଁ ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀମଣି ମହାନ୍ତ ନିକଟସ୍ଥ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା ।ଅନ୍ୟପଟେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମଧ୍ୟ ବଜ୍ରପାତରେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ଧାନଶୋଳ ଗ୍ରାମର ମଣ୍ଟୁ ଟୁଡୁ,ଦରଖୋଳି ଗ୍ରାମର ଗୋପାଳ ନାଏକ,ଅଜୟ ନନ୍ଦୀ,ପିତାମ୍ବର ଦାସ ଏବଂ କଦମଶୋଳ ଗ୍ରାମର ବୁଧେଶ୍ଵର ରାଉତ ବୋଲି ଜଣାପଡିଛି।