ଝାରସୁଗୁଡା ରେଳ ଷ୍ଟେସନ ରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆଜି ଦିନ ତିନିଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡା ଜିଲ୍ଲା ଅଗ୍ନିଶମ ଅଧିକାରୀ ଅରୁଣ ଟପନୋ। ତେବେ ଝାରସୁଗୁଡା ରେଳ ଷ୍ଟେସନ ରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସେ କହିଛନ୍ତି। ତେବେ ପ୍ରଥମେ ଅଗ୍ନିଶମ ବାହିନୀର ଗୋଟିଏ ଟିମ ପହଂଚିବା ପରେ ନିଆଁ ଅଧିକ ଥିବା କାରଣରୁ ଆଉ ଦୁଇଟି ଟିମ ପଠାଯାଇ ନିଆଁ କୁ ଆୟତ୍ତ କରାଯାଇଥିବା ନେଇ ସେ ପ୍ରତିକ୍ରିୟା ରେ କହିଛନ୍ତି।