ବଲାଙ୍ଗିର ପୋଲିସଙ୍କ ସଂଯୁକ୍ତ ପ୍ରୟାସରେ ଏକ ସଫଳତା ମିଳିଛି। ସାଇବର ସେଲ୍ ବଲାଙ୍ଗିରର ସହଯୋଗରେ ପୋଲିସ ୫ଟି ଚୋରି ଓ ନିଖୋଜ ମୋବାଇଲ ଫୋନ୍ ଟ୍ରାକ୍ କରି ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୋବାଇଲଗୁଡ଼ିକୁ ଆଜି ତାଙ୍କର ସଠିକ୍ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ ଫେରି ପାଇ ମାଲିକମାନେ ବଲାଙ୍ଗିର ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବଲାଙ୍ଗିର ପୋଲିସ କହିଛି, ସାଧାରଣ ଲୋକଙ୍କ ସୁରକ୍ଷା ଓ ସେବା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ଜାରି ରହିବ ବୋଲି ଆଜି ରାତି ୧୦ଟା ସମୟରେ ସୂଚନା ଦେଇଛି