ବିପିଏମ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ଖେଳ ପଡିଆରେ ସୁବର୍ଣ୍ଣ ଜୟନ୍ତୀ ଫୁଟବଲ କପ ଅନୁଷ୍ଠିତ ହୋଇଛି l ଏହି ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ ମୋଟ ୮ ଟି ଦଳ ଅଂଶ ଗ୍ରହଣ କରଥିଲେ l ଫାଇନାଲ ମେଚ ଭଅଁରଖୋଲ ଏଫସି ଏବଂ କୁଡାଲୋଇ ଏଫସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅମିମାଂସିତ ରହିଥିଲା l ଏହାପରେ ଉଭୟ ଦଳ ମଧ୍ୟରେ ହୋଇଥିବ ପେନାଲ୍ଟି ସୁଟଆଉଟରେ ୮-୭ ଗୋଲ ରେ କୁଡାଲୋଇ ଏଫସି ଦଳ ବିଜୟୀ ହୋଇଛି l ବିଜୟୀ କୁଡାଲୋଇ ଏଫସି ଦଳ କୁ ୧୨ ହଜାର ଟଙ୍କା ଏବଂ ଉପ ବିଜେତା ଭଅଁରଖୋଲ ଦଳ