ଧର୍ମଶାଳା ରାଜନୈତିକ ହିଂସା ଘଟଣାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଧର୍ମଶାଳାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଗିରଫ କରିବା ସହିତ , ଏହି ଘଟଣାରେ ମୋଟ ୪ଟି ମାମଲା ରୁଜୁ ହୋଇଛି, ପୋଲିସ ଡିଆଇଜି ଓ ଯାଜପୁର ଏସପିଙ୍କ ତତ୍ତ୍ୱାବଧାନରେ ଏକାଧିକ ଟିମ ଗଠନ ହୋଇଛି, ଏବେ ବି ରେଡ ଜାରି ରହିଛି । ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ଘଟିଥିବା ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଯାଜପୁରରୋଡ଼ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁଙ୍କ ପକ୍ଷରୁ ସୋମବାର ରାତି 10 ଘଟିକା ସମୟରେ ସୂଚନା ମିଳିଛି ।