ଝାରସୁଗୁଡା ଜିଲ୍ଲା ଲଖନପୁର ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଲଷ୍ଟରସ୍ତରୀୟ “ଶିକ୍ଷା ସଭା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଶିକ୍ଷା ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁ, ମୁଖ୍ୟବକ୍ତା ଭାବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ଚୌଧୁରୀ, ସଭାପତି ଭାବରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ଯକ୍ଷ ଦାମୋଦର ଧୁରୁଆ ଯୋଗଦାନ କରିଥିଲେ l ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ଚୌଧୁରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସଆଇଓସ) ଓ ଡ୍ରପ୍ଆଉଟ୍ ବିଷୟରେ ଆଲୋଚନା କରି ସମସ୍ତ ଅଭ