ଝାରସୁଗୁଡା ଜିଲ୍ଲା ରେ ଠପ ପଡିଛି ଧାନ କିଣା l ଗତ ୯ ତାରିଖ ରୁ ଧାନ କିଣା ଆରମ୍ଭ କରାଯାଇଥିଲେ ହେଁଚାଷୀ ମାନେ ବିକ୍ରି କରି ପାରୁନାହାନ୍ତି ଧାନ l ସମବାୟ ସମିତି ଟାର୍ଗେଟ ଦିଆଯାଇନାହିଁ କି ମିଲର୍ସ ଟ୍ୟାଗ କରାଯାଇ ନାହିଁ l ଯାହାଫଳରେ ଧାନ କିଣା ରେ ଅଚଳ ଅବସ୍ଥା ଦେଖାଦେଇଛି l ଯାହା ଫଳରେ ଝାରସୁଗୁଡା ଜିଲ୍ଲାରେ ଏବେ ସବୁଠି ପଡିଛି ଗଦା ଗଦା ଧାନ l ଏହି ଧାନ ରଖିବା ପାଇଁ ଚାଷୀ ଙ୍କ ପାଖରେ ଜାଗା ନାହିଁ l ଫଳରେ ଖୋଲା ଆକାଶ ତଳେ ଗାଁ ଦାଣ୍ଡରେ ପଡି ରହିଛି ଧାନ l ଗାଁ ଦାଣ୍ଡରେ ପଡି ରହି ଗାଈଗୋରୁ, ମୂଷା, ପାରା ପରି ପଶୁପକ୍ଷୀ ଙ୍କ ଦ୍ୱାରା ନଷ୍ଟ ହେଉଛି ଚାଷୀଙ୍କ କଷ୍ଟ ଅର୍ଜିତ ଧ