ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମ୍ରେ ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ତଥା ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଦଳ ଆୟୋଜକ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଲବକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି। ମ୍ୟାଚ୍ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିବାବେଳେ ସ୍ପୋର୍ଟସ ହଷ୍ଟେଲ ଦଳ ଦୁଇଟି ସୁନ୍ଦର ଗୋଲ କରି ନିଜ ଦଳର ଶକ୍ତି ପ୍ରମାଣ କରିଥିଲେ। ପ୍ରତିବଦଳରେ ଖଲିଆପାଲି ଦଳ ଗୋଲ କରିବାରେ ବିଫଳ ହୋଇଥ